ଆଜି ଡିସେମ୍ବର 16 ତାରିଖ ମଙ୍ଗଳବାର ଅପରାହ୍ନ 4:45 ରେ ପୋଲିସ ହସ୍ତକ୍ଷେପରେ ଦୁଇ ଲକ୍ଷ ଟଙ୍କା ପାଇବା ପରେ ଶବ ଗ୍ରହଣ କଲେ ମୃତକଙ୍କ ପରିବାର। ଘଟଣା ଘଟିବାର ପ୍ରାୟ 12 ଘଣ୍ଟା ପରେ ଶବ ନେଲେ ପରିବାର ଲୋକ। ତେବେ ଏହି ଦୁର୍ଘଟଣା ଭୋର ସମୟରେ ହୋଇଥିବା ସନ୍ଦେହ କରା ଯାଉଛି। MSPL କମ୍ପାନୀର କୋଇଲା ବୋଝେଇ ଟ୍ରଲର OD -16K-4745 କୌଣସି କାରଣରୁ ରାସ୍ତାରେ ଅଟକି ଥିବା ବେଳେ 10 ଚକିଆ କୋଇଲା ବୋଝେଇ ମଲ୍ଟି ଏକ୍ସେଲ ଟ୍ରକ OD -23Q-8038 ତା ପଛରେ ପିଟି ହୋଇଥିଲା। ଏହି ଦୁର୍ଘଟଣାରେ ସନାତନ ଡିଲା ନାମକ ଜଣେ 39 ବର୍ଷ ବୟସ୍କ ଚାଳକ ମୃତ୍ୟୁ ହୋଇଥିଲା। ଖବର ପ୍ରଚାରିତ ହେବା ପରେ ମୃତକଙ୍କ