🍄🌿 କୋରାପୁଟରେ ଶ୍ରାବଣ ଛତୁର ସମ୍ଭାର 🌧️
ଶ୍ରାବଣ ମାସର ଝିପି ଝିପି ବର୍ଷା ସହ କୋରାପୁଟର ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଦେଖିବାକୁ ମିଳିଛି ବିଭିନ୍ନ ପ୍ରଜାତିର ଶ୍ରାବଣ ଛତୁ। ସକାଳୁ ସକାଳୁ ଗ୍ରାମାଞ୍ଚଳର ଲୋକମାନେ ଜଙ୍ଗଲରୁ ଛତୁ ସଂଗ୍ରହ କରି ସ୍ଥାନୀୟ ହାଟରେ ବିକ୍ରି କରୁଛନ୍ତି।
ସ୍ୱାଦିଷ୍ଟ ଓ ପୌଷ୍ଟିକ ଶ୍ରାବଣ ଛତୁ ପାଇଁ ବଜାରରେ ମଧ୍ୟ ଭଲ ଚାହିଦା ଦେଖିବାକୁ ମିଳୁଛି। ବର୍ଷା ଋତୁର ଏହି ପ୍ରାକୃତିକ ଉପହାର କୋରାପୁଟର ଜନଜୀବନର ଏକ ସ୍ୱତନ୍ତ୍ର ପରମ୍ପରାକୁ ପୁଣି ଥରେ ଉଜାଗର କରିଛି।
🍄 ପ୍ରକୃତିର ଦାନ, କୋରାପୁଟର ପରିଚୟ (ବରିଷ୍ଠ ସାମ୍ବାଦିକ ସି ଏସ ସନ୍ତାକାର)
#Koraput #ShrabanaChhatu #Mushroom #Monsoon #KoraputNews #Odisha