ବୌଦ୍ଧ ସଦର: ବୁଟୁପାଲି ଠାରେ କାର୍ତ୍ତିକ ଚତୁର୍ଦ୍ଦଶୀ ଉପଲକ୍ଷେ ନାମ ଓ ଯଜ୍ଞ ପାଇଁ ମହାନଦୀରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ
ସୋମବାର ରାତିରେ ବୌଦ୍ଧ ସହର 12 ନଂ ୱାର୍ଡ ବୁଟୁପାଲି ଠାରେ କାର୍ତ୍ତିକ ଚତୁର୍ଦ୍ଦଶୀ ଉପଲକ୍ଷେ ନାମ ଓ ଯଜ୍ଞ ଆୟୋଜନ ପାଇଁ ମହାନଦୀରୁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ଆଜି ସନ୍ଧ୍ୟାରେ ଗ୍ରାମବାସୀ ମହାନଦୀର ହନୁମାନ ମନ୍ଦିର ଘାଟକୁ ଯାଇ ଗଂଗା ମାତାଙ୍କୁ ଆବହନ କରି ମହିଳା ମାନେ ଜଳ ଭର୍ତ୍ତି କଳସ ମୁଣ୍ଡରେ ବୋହି ନାମ ଓ ଯଜ୍ଞ ମଣ୍ଡପରେ ସ୍ଥାପନ କରିଥିଲେ | ଆସନ୍ତା କାଲି ବୁଟୁପାଲୀ ବାସୀଙ୍କ ପକ୍ଷରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଠାରେ ନାମ ଓ ରାଧାକୃଷ ମନ୍ଦିର ଠାରେ ଯଜ୍ଞ ଆୟୋଜିତ ହେବ |