ବୌଦ୍ଧ ସଦର: ଗୋପବନ୍ଧୁ ଛକ ଠାରେ ଉତ୍କଳ ମଣିଙ୍କ 148 ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା ଜିଲ୍ଲା ପ୍ରଶାସନ
ଗୁରୁବାର ଦିନ ବୌଦ୍ଧ ସହର ଗୋପବନ୍ଧୁ ଛକ ନିକଟରେ ଥିବା ଉତ୍କଳ ମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ପ୍ରତିମୁର୍ତ୍ତିରେ ଜନ୍ମ ଜୟନ୍ତୀ ଅବସରରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ଜିଲ୍ଲା ପ୍ରଶାସନ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ସଂସ୍କୃତି ଅଧିକାରୀ ରୀତାକାନ୍ତୀ ବଲିଆର୍ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୌଦ୍ଧ ଏନଏସି ନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ଓ ଅନ୍ୟମାନେ ଯୋଗ ଦେଇ ପୁଷ୍ପ ମାଲ୍ୟ ପ୍ରଦାନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ |