ବେତନଟୀ ହାଇସ୍କୁଲ ପାର୍ଶ୍ଵ ଗଳିରୁ ଶୁକ୍ରବାର ସ୍ପଷ୍ଟ ଦିବାଲୋକରେ କାରଯୋଗେ ଛେଳିଚୋରିକରି ଚମ୍ପଟ ମାରିବା ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇଥିବା ବେଳେ ଏନେଇ ଶୁକ୍ରବାର ରାତି ସାଢେ ଦଶଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ବେତନଟୀ ପୁଲିସ l ଏତଲାକାରୀ ଗଣେଶ ବେହେରାଙ୍କ ଅଭିଯୋଗ ମୁତାବକ ପୂର୍ବରୁ ୫ଟି ଛେଳି ଚୋରି ହୋଇଥିବା ବେଳେ ଶୁକ୍ରବାର ଏକ ମାଈଛେଳି ମଧ୍ୟ ଚୋରି ହୋଇଥିଲା l