ତଲସରା: ବିଶ୍ଵକର୍ମା ପୂଜା ଅବସରରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ୪୩ ୟୂନିଟ ରକ୍ତ ସଂଗ୍ରହ
ବିଶ୍ଵକର୍ମା ପୂଜା ଅବସରରେ ଆଜି ସୁନ୍ଦରଗଡ଼ ଜିଲ୍ଲାର ବଡ଼ଗାଁ ଆଇଟିଆଇ ପ୍ରାଙ୍ଗଣରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଏହି ଶିବିର ରେ ସୁନ୍ଦରଗଡ଼ ରକ୍ତଭଣ୍ଡାରର ଡଃ ଶରତ ନାଏକ ସଦଳବଳେ ଅଂଶଗ୍ରହଣ କରି ୪୩ ୟୁନିଟ ରକ୍ତ ସଂଗ୍ରହ କରିଥିଲେ। ଶିବିର କୁ ବଡ଼ଗାଁ ଥାନା ଆଇଆଇସି ବାଲୁଙ୍କେଶ୍ବର ନାଏକ ଉଦଘାଟନ କରିଥିଲେ। ଅନ୍ୟତମ ଅତିଥି ଭାବ ରେ ବଡ଼ଗାଁ ଡାକ୍ତରଖାନା ର ସ୍ବାସ୍ଥ୍ୟ ଅଧିକାରୀ ଡଃ ସାରଦା ପ୍ରସନ୍ନ ଜେନା,କେନ୍ଦ୍ରମନ୍ତ୍ରୀ ଙ୍କର ବଡ଼ଗାଁ ପ୍ରତିନିଧି ଶିଶିର ରାଉତରାୟ,ବିପିଏମ ଗୀତାଞ୍ଜଳି ରାଉତରାୟ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।