ଆସିକା: ବିପୁଳ ପରିମାଣ ର ବେଆଇନ ବାଣ ସହ ଗୋଟିଏ ଗାଡି ଜବତ,ଜଣେ ବ୍ୟକ୍ତି ଙ୍କୁ ଗିରଫ କଲା ଆସିକା ପୋଲିସ
Asika, Ganjam | Sep 29, 2025 ବେଆଇନ ବାଣ ପ୍ରସ୍ତୁତି ଲାଗି ଗଞ୍ଜାମ ଜିଲ୍ଲାରେ ମିନି ଶିବକାସି ଭାବେ ପ୍ରସିଦ୍ଧି ଲାଭ କରିଥିବା ଆସିକା ବ୍ଲକ ନଳବଣ୍ଟା ଗ୍ରାମ ଉପରେ ରହିଛି ପ୍ରଶାସନ ର ନଜର l ପ୍ରଶାସନ ପକ୍ଷରୁ ଏଠି ବାରମ୍ବାର ଚଢ଼ାଉ କରାଯାଉଥିବା ବେଳେ ଆସିକା ପୋଲିସ ଆଜି ବେଆଇନ ବାଣ ଚାଲାଣ ସମୟରେ ଚଢାଉକରୀ ମିଳିଛି ସଫଳତା l ଗୋଟିଏ ବାଣ ଭର୍ତି ପିକଅପ ଭେନ ସହ ଜଣେ ବ୍ୟକ୍ତି କୁ ଗିରଫ କରିଛି ପୋଲିସ l ତେବେ ଏହି ବାଣ କେହୁଁସ୍ଥାନରୁ ଜବତ ହୋଇଛି ତାହାର ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇନଥିବା ବେଳେ ଘଟଣା ନେଇ ଆସିକା ଥାନା କେସ ନଂ 557 / 25 ରେ ଏକ ମାମଲା ରୁଜୁକରି ଅଭିଯୁକ୍ତ କୁ ଗିରଫ କରାଯାଇଛି l