ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ୫୫ ନଂ ରାଜପଥ ହଳଦିଆ ବାହାଳ ଠାରେ ଚଳନ୍ତା ଟ୍ରକରେ ଅଗ୍ନିକାଣ୍ଡ ଘଟି ହୁତ ହୁତ ହୋଇ ଜଳିଲା
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ହଳଦିଆ ବାହାଳ ଠାରେ ଆଜି ତା ୨୩।୯ରିଖ ରାତି ପ୍ରାୟ ୮ ଘଟିକା ସମୟରେ ୫୫ ନଂ ଜାତୀୟ ରାଜପଥରେ ଏକ ଚଳନ୍ତା ଟ୍ରକରେ ଅଗ୍ନିକାଣ୍ଡ ଘଟି ହୁତ ହୁତ ହୋଇ ଜଳୁଥିବା ଦେଖିବାକୁ ମିଳିଥିଲା। ସୂଚନା ଅନୁସାରେ ଆଜି ରାତି ୮ଘଟିକା ସମୟରେ ମେରାମଣ୍ଡଳି ଆଡୁ ଓ ଡି ୨୨ ଜେଡ ୦୯୧୫ ନଂ ଟ୍ରକ ଢେ଼ଙ୍କାନାଳ ଅଭିମୂଖେ ଯାଉଥିବା ବେଳେ ହଳଦିଆବାହଳ ନିକଟରେ ହଠାତ୍ ଟ୍ରକର ଚକା ଫାଟି ଯାଇଥିଲେ। ସେଥିରୁ ନିଆଁ ବାହାରି ଟ୍ରକଟି ହୁତୁ ହୁତୁ ହୋଇ ଜଳିଯାଇଥିଲା। ଖବର ପାଇ ହିନ୍ଦୋଳ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆକୁ ଆୟତ କରି ନିଭାଇଥିଲେ।