ଯାଜପୁର: ବ୍ୟାସନଗର ସ୍ଥିତ ଟାଉନ ହଲ ପରିସରରେ ଜିଲ୍ଲାସ୍ତରୀୟ ଦିଶା ବୈଠକ ଅନୁଷ୍ଠିତ,ଯୋଗଦେଲେ ସାଂସଦ ଓ ବିଧାୟକ
Jajapur, Jajpur | Sep 16, 2025 ବ୍ୟାସନଗର ସ୍ଥିତ ଟାଉନ ହଲ ପରିସରରେ ଜିଲ୍ଲାସ୍ତରୀୟ ଦିଶା ବୈଠକ ଅନୁଷ୍ଠିତ,ଯୋଗଦେଲେ ସାଂସଦ ଓ ବିଧାୟକ l ଆଜି ଜିଲ୍ଲାପାଳ ଅମ୍ବର କୁମାର କରଙ୍କ ସଭାପତିତ୍ୱ ଆୟୋଜିତ ଦିଶା ବୈଠକରେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, ବଡ଼ଚଣା ବିଧାୟକ ଅମର କୁମାର ନାୟକ ଓ ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ ଯୋଗଦେଇ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ l ଏହି ବୈଠକରେ ମୁଖ୍ୟତଃ ସ୍ୱାସ୍ଥ୍ୟ,ପାଣି,ରାସ୍ତା, ବିଦ୍ୟୁତ ଓ ଭିନ୍ନକ୍ଷମ ଚିହ୍ନଟ ପକ୍ରିୟା ଉପରେ ଆଲୋଚନା କରିଥିଲେ l