ଆଜି ଜାନୁଆରୀ 10 ତାରିଖ ଅପରାହ୍ନ 3:30 ପାଖାପାଖି ସମୟରେ ଏହି ମଦ୍ୟପ ବାଇକ ଚାଳକ ଧରୁଆ ଡିହି ପୋଲିସ ଦ୍ବାରା ଗିରଫ ହୋଇଛି। ଧରୁଆ ଡିହି ପୋଲିସ MV ଚେକିଂ କରୁଥିବା ବେଳେ ଏହି ନିଶା ସିକ୍ତ ଚାଳକ ଧରା ପଡ଼ିଛି। ଗିରଫ ଚାଳକ ହେଲା ମନୋଜ ଭୈସା ଓ ତା ଘର ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ବଡ଼ ଧୁରୁଆଁ। ଏ ନେଇ ଧରୁଆ ଡିହି ପୋଲିସ ଅଭିଯୁକ୍ତ ନାମରେ ଧରୁଆ ଡିହି ଥାନା କେଶ ନମ୍ବର -16 ରେ ଏକ ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ ମାମଲା ରୁଜ୍ଜୁ କରିଛି।