ନୂଆପଡ଼ା ଏବଂ ବିହାର ର ପ୍ରଚଣ୍ଡ ବିଜୟର ଖୁସିରେ ବିଜେପି ପାଳିଲା ବିଜୟ ଉତ୍ସବ। ଶୁକ୍ରବାର ନୂଆପଡ଼ା ଏବଂ ବିହାର ର ନିର୍ବାଚନ ଫଳାଫଳ ବିଜେପି କୁ ପ୍ରଚଣ୍ଡ ବିଜୟ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ଙ୍କ ଜିଲ୍ଲା ରେ ବିଜେପି କାର୍ଯ୍ୟକର୍ତ୍ତା ଙ୍କ ମହଲରେ ଖୁସିର ଲାହାରୀ ଖେଳିଯାଇଛି। ଏହି ବିଜୟ ଖୁସିକୁ ପ୍ରକଟ କରି ବିଜେପି ନେତା ଏବଂ କାର୍ଯ୍ୟକର୍ତ୍ତା ମାନେ ଢେଙ୍କିକୋଟଠାରେ ବାଣ ଫୁଟାଇ ମିଠା ବାଣ୍ଟି ବିଜୟ ଉତ୍ସବ ପାଳିଥିଲେ।