ସମ୍ବଲପୁର ମ୍ୟୁନିସିପାଲଟି: ସମ୍ବଲପୁର ମହାନଗର ନିଗମର ୱାର୍ଡ ନଂ–୩୭ ନକ୍ସପାଲିର ପବିତ୍ର ଦୋଳ ପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ
ସମ୍ବଲପୁର ମହାନଗର ନିଗମର ୱାର୍ଡ ନଂ–୩୭ ନକ୍ସପାଲିର ପବିତ୍ର ଦୋଳ ପୂର୍ଣ୍ଣିମା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି l ନକ୍ସାପାଳିରେ ଅନୁଷ୍ଠିତ ହୋଇଥିବା ଏହି ଦଳ ପୁର୍ଣିମା ରେ ମଙ୍ଗଳଧ୍ୱନି, ଅବିରାମ ନାମ ସଙ୍କୀର୍ତ୍ତନ ଓ ଶାସ୍ତ୍ରୋକ୍ତ ବିଧିବିଧାନର ମଧ୍ୟରେ ଉତ୍ସବ ପରିବେଶ ଅତ୍ୟନ୍ତ ଆଧ୍ୟାତ୍ମିକ ଓ ପବିତ୍ର ହୋଇଥିଲା । ଏଠାରେ ପୁରାତନ ସାଂସ୍କୃତିକ ପରମ୍ପରାକୁ ଅକ୍ଷୁଣ୍ଣ ରଖି ସମ୍ମାନ ଓ ସମର୍ପଣ ସହ ଉତ୍ସବ ଆୟୋଜିତ ହେଇଆସୁଥିବା ନେଇ ଆୟୋଜକ ମାନେ ରାତି 9 ଟା ରେ ସୂଚନା ଦେଇଛନ୍ତି l