ସୁନ୍ଦରଗଡ ସହର: ଧରୁଆ ଡିହି ପୋଲିସର ତିଳେଇମଲଟି ଓ ଡୁଡୁକା ବାହାଲ ଜଙ୍ଗଲ ଅଞ୍ଚଳରେ ଅବକାରୀ ଚଢାଉ, 7 କ୍ଵିଣ୍ଟାଲ ପୋଚ ନଷ୍ଟ, ଅଭିଯୁକ୍ତ ମାନେ ଫେରାର
ଆଜି ଡିସେମ୍ବର 26 ତାରିଖ ଶୁକ୍ରବାର ସୁନ୍ଦରଗଡ଼ ଏସପି ଅମ୍ରିତ ପାଲ କୌରଙ୍କ ନିର୍ଦ୍ଦେଶର ଏହି ଅବକାରୀ ଚଢାଉ କରିଥଲେ ଧରୁଆ ଡିହି ପୋଲିସ। ତେବେ ଏହି ଚଢ଼ାଉରେ କେହି ଜଣେ ହେଲେ ଅଭିଯୁକ୍ତ ଧରା ପଡି ନାହାଁନ୍ତି। ମାତ୍ର ପୋଲିସ 7 କ୍ଵିଣ୍ଟାଲ ଓଜନର ଫର୍ମେଣ୍ଟେଡ ମହୁଆ ପୋଚ ନଷ୍ଟ କରିଥିବା କଥା କହିଛନ୍ତି। ତେବେ ପୋଲିସ ଗାଡ଼ି ଅଟକିବା ଓ ପୋଲିସ ବଳ ଜଙ୍ଗଲ ମୁହାଁ ହେଉଥିବା ଜାଣି ପାରି ମଦ ପ୍ରସ୍ତୁତ କର୍ତ୍ତା ଓ ମାଫିଆ ମାନେ ଜଙ୍ଗଲ ମଧ୍ୟରେ ଅଦୃଶ୍ୟ ହୋଇ ଯାଇଥିବା ଜଣା ପଡିଛି। ତେବେ ପୋଲିସ ସମସ୍ତ ସମ୍ଭାବ୍ୟ ମଦ ପ୍ରସ୍ତୁତି କ୍ଷେତ୍ରରେ ଚଢାଉ ଚାଲୁ ରହିବ ବୋଲି ଜଣା ପଡିଛି।