ଗଁଦିଆ: ଯୋରନ୍ଦା କାଙ୍କଲଣ୍ଡା ଠାରେ ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ, ଯାତ୍ରୀ ଆହତ
ଯୋରନ୍ଦା ଅଭିମୁଖେ ଯାଉଥିବା ତୀର୍ଥଯାତ୍ରୀ ବସ ଦୁର୍ଘଟଣାଗ୍ରସ୍ତ ହେବାରୁ କିଛି ତୀର୍ଥଯାତ୍ରୀ ଆହତ ହୋଇଛନ୍ତି । ଛତିଶଗଡ଼ରୁ ତୀର୍ଥଯାତ୍ରୀଙ୍କୁ ନେଇ ଓଡ଼ିଶା ଭ୍ରମଣରେ ଆସି ଶୁକ୍ରବାର ଢେଙ୍କାନାଳ ଯୋରନ୍ଦା ପୀଠକୁ ଯାଉଥିବା ସମୟରେ କାଙ୍କଲଣ୍ଡା ଠାରେ କିଛି ଯାନ୍ତ୍ରିକ ତ୍ରୁଟି ପାଇଁ ଗାଡିଟି ରାସ୍ତାକଡ଼ ବିଲକୁ ଖସିଯାଇଥିଲା । ସ୍ଥାନୀୟ ବାସିନ୍ଦା ଓ ଯୋରନ୍ଦା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ପ୍ରାଥମିକ ଚିକିତ୍ସା କରାଇଛନ୍ତି ।