ସଦର: ଏସ. ଏନ. କନଫରେନ୍ସ ହଲରେ ଅଗ୍ରଣୀ ସାମାଜିକ ସଂଗଠନ ଦଳିତ ବୁଦ୍ଧିଜୀବୀ ମଞ୍ଚ ଆନୁକୂଲ୍ୟରେ ଦଳିତ ବୁଦ୍ଧିଜୀବୀ ସମ୍ମିଳନୀ ଓ ନୂଆଖାଇ ଭେଟଘାଟ
ଆଜି ସ୍ଥାନୀୟ ଏସ. ଏନ. କନଫରେନ୍ସ ହଲରେ ଅଗ୍ରଣୀ ସାମାଜିକ ସଂଗଠନ ଦଳିତ ବୁଦ୍ଧିଜୀବୀ ମଞ୍ଚ ଆନୁକୂଲ୍ୟରେ ଦଳିତ ବୁଦ୍ଧିଜୀବୀ ସମ୍ମିଳନୀ ଓ ନୂଆଖାଇ ଭେଟଘାଟ ଆୟୋଜିତ ହୋଇଯାଇଛି। ଦଳିତ ବୁଦ୍ଧିଜୀବୀ ମଞ୍ଚର ଅଧ୍ୟକ୍ଷ ତଥା ବିଶିଷ୍ଟ ସମାଜସେବୀ ଧର୍ମେନ୍ଦ୍ର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ନିଆରା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଠମଲ୍ଲିକ ଉପଜିଲ୍ଲାପାଳ ଉପେନ୍ଦ୍ର ଲୁହା ଯୋଗ ଦେଇଥିବାବେଳେ ବିଶିଷ୍ଟ ଅତିଥି ଭାବେ ପୂର୍ବତନ ବିଧାୟକ ଅନାମ ନାଏକ ଯୋଗ ଦେଇଥିଲେ।