ଆଜି ଜାନୁଆରୀ 13 ତାରିଖ ବଣାଇ ଅବକାରୀ ବିଭାଗକୁ ଏକ ବଡ଼ ସଫଳତା ମିଳିଛି। ଗୁରୁଣ୍ଡିଆ କୁଣ୍ଢେଇ ଡିହାରେ ଅବକାରୀ ଚଢାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଦେଢ଼ କ୍ଵିଣ୍ଟାଲ ଓଜନର ଗଞ୍ଜେଇ ଜବତ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ - ରଞ୍ଜିତ ଓରାମ ଓ ରାଜେଶ ଓରାମ। ତେବେ ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ 15 ଲକ୍ଷ ଟଙ୍କା ହେବ ବୋଲି ବଣାଇ ଅବକାରୀ ଇନ୍ସପେକ୍ଟର ହେମନ୍ତ ମହାନନ୍ଦିଆ କହିଛନ୍ତି। ତେବେ ଏହି ଚଢାଉ ରାଉଲକେଲା ଅବକାରୀ ଅଧିକ୍ଷକଙ୍କ ସୂଚନା ଓ ତାଙ୍କ ନିର୍ଦ୍ଦେଶରେ ହୋଇଥିଲା । ଚଢାଉ ପୂର୍ବାହ୍ନ 11ଟାରେ ହୋଇଥିଲା ।