ରବିବାର ରାତିରେ ବୌଦ୍ଧ କଚେରୀ ପଡିଆ ଠାରେ ଚାଲିଥିବା ବିଂଶ ତମ ବୌଦ୍ଧ ପୁସ୍ତକ ମେଳା ଓ କୃଷି ଯନ୍ତ୍ରପାତି ମେଳା ଉଦଯାପିତ ହୋଇ ଯାଇଛି | ଉଦଯାପନୀ କାର୍ଯ୍ୟକ୍ରମରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ | ସଭାପତି ଦିବ୍ୟ ଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ଓ ଅନ୍ୟ ମାନେ ଯୋଗ ଦେଇଥିଲେ |