ବଡସାହି: ୧୮ନଂ ଜାତୀୟ ରାଜପଥ ସତସଙ୍ଗବିହାର ଠାରେ ଚେକିଂ ସମୟରେ ମଦ୍ୟପ ଟ୍ରକ ଚାଳକକୁ ଗିରଫ କରିବା ସହିତ ମାମଲା ରୁଜୁକରି ଟ୍ରକ ଜବତକଲା ବେତନଟୀ ପୁଲିସ
୧୮ନଂ ଜାତୀୟରାଜପଥ ସତସଙ୍ଗ ବିହାରଠାରେ ଚେକିଂ ସମୟରେ ବୁଧବାର ରାତି ସାଢେ ଏଗାରଟାରେ ମଦ୍ୟପ ଟ୍ରକ ଚାଳକକୁ ଗିରଫ କରିବା ସହିତ ଟ୍ରକ ଜବତକରି ତଦନ୍ତ ଆରମ୍ଭକଲା ବେତନଟୀ ପୁଲିସ l ସୂଚନା ମୁତାବକ ବେତନଟୀ ପୁଲିସ ପେଟ୍ରୋଲିଂ ଟିମ ବୁଧବାର ରାତିରେ ସତସଙ୍ଗ ବିହାରଠାରେ ଚେକିଂ କରୁଥିବା ବେଳେ ସନ୍ଦେହ ହେବାରୁ ଓଡି -୦୧ଏଇ -୯୨୧୧ନମ୍ବର ବିଶିଷ୍ଟ ଦ୍ରୁତଗାମୀ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ l