ଆଜି ସଦର ନୂଆପଡ଼ାରେ ଶାନ୍ତି ଶୃଙ୍ଖଳାର ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଜଗନ୍ନାଥ, ବଲଭଦ୍ର ଓ ମା ସୁଭଦ୍ରାଙ୍କ ତିନି ରଥ ମାଉସୀମା ମନ୍ଦିରରୁ ବାହାରି ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ। ସନ୍ଧ୍ୟା ୬ ଟା ସମୟରେ ତିନି ଠାକୁରଙ୍କ ରଥ ଜଗନ୍ନାଥ ମନ୍ଦିରରେ ପହଞ୍ଚିଥିଲେ। ମାଉସୀମା ମନ୍ଦିରରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ଭକ୍ତ ରହି ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ପୋଲିସ ବିଭାଗ , ଅଗ୍ନିଶମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ , ବିଦ୍ୟୁତ ବିଭାଗ ର କର୍ମଚାରୀ ମାନେ