ମୋରଡା ନିର୍ବାଚମଣ୍ଡଳୀ ତଥା ବ୍ଲକ ଅଧୀନ ବାରମାଇଲ ସାପ୍ତାହିକ ହାଟକୁ ମଙ୍ଗଳବାର ଅପରାହ୍ନରେ ଅଷ୍ଟମୀ ପାଇଁ ନୂତନ ପୋଷାକ କିଣିବାକୁ ଯାଇଥିବା ବେଳେ ମୋଟର ସାଇକେଲ ଚୋରି ଅଭିଯୋଗରେ ମଙ୍ଗଳବାର ରାତି ସାଢେଏଗାରଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭକଲା ପୁଲିସ l ଭାଲିଆଡିହା ପଞ୍ଚାୟତ ଇଦର ଉପକଣ୍ଠ ପଚାଖାଳି ଗ୍ରାମର କାଳୀଚରଣ ଧଳଙ୍କ ପୁଅ ଗଦାଧର ଧଳଙ୍କ ନାମରେ ପଞ୍ଜିକୃତ ଓଡି -୧୧ ଏସି -୭୨୦୪ନମ୍ବର ବାଇକ ଚୋରି ହୋଇଯାଇଛି l