ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ନେଉଳପୋଇ ଗ୍ରାମ ଠାରେ ହାତୀ ହାବୁଡରୁ ଅଳ୍ପକେ ବର୍ତ୍ତିଲେ ମହିଳା
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ଷଡ଼ଙ୍ଗୀ ରେଞ୍ଜ ନେଉଳପୋଇ ଗ୍ରାମ ଠାରେ ଆଜି ତା ୧୦।୧୦ ।୨୫ ରିଖ ସକାଳ ୬ ଘଣ୍ଟା ସମୟରେ ଯୋରନ୍ଦା - ଢେଙ୍କାନାଳ ମୂଖ୍ୟ ରାସ୍ତା ପାର୍ଶ୍ୱରେ ଥିବା ପାଣ୍ଡବ ବାରିକଙ୍କ ଘର ସମ୍ମୁଖରେ ହାତୀ ହାବୁଡରୁ ବର୍ତ୍ତୀଲେ ପାଣ୍ଡବଙ୍କ ଧର୍ମପତ୍ନୀ ସାବିତ୍ରୀ ବାରିକ। ସୂଚନା ଅନୁସାରେ ସକାଳ ପ୍ରାୟ ୬ ଟା ସମୟରେ ପାଣ୍ଡବ ଓ ତାଙ୍କ ଧର୍ମପତ୍ନୀ ଦୁହେଁ ଘର ସମ୍ମୁଖରେ ଓଳାଇବା ସହିତ କଂକ୍ରିଟ ଗଦା କରୁଥିଲେ। ଏହି ସମୟରେ ବାଡି ପଛପଟରୁ କପିଳାସ ପଟୁ ଏକ ଦନ୍ତାହାତୀ ରୁପାବଳିଆ ଜଙ୍ଗଲ ପାର୍ଶ୍ବ କୁ ଫେରୁଥିବା ବେଳେ ତାଙ୍କ ହାବୁଡ଼ରେ ପଡ଼ିଥିଲେ ମହିଳା।