ବଡସାହି: ଭୁରୁକୁଣ୍ଡିରେ ପ୍ରସ୍ତାବିତ ଛଉ ନୃତ୍ୟଘର ନିର୍ମାଣକୁ ନେଇ ଉପୁଜିଥିବା ବିବାଦ ସମାଧାନ ପାଇଁ ଗାଁରେ ପହଞ୍ଚିଲେ ବେତନଟୀ ବିଡିଓ ଏବଂ ରେଞ୍ଜର
ବେତନଟୀ ବ୍ଲକ ପୁରିନ୍ଦା ପଞ୍ଚାୟତ ଅଧୀନ ଭୁରୁକୁଣ୍ଡି ଗ୍ରାମରେ ହେବାକୁଥିବା ପ୍ରସ୍ତାବିତ ଛଉ ନୃତ୍ୟଘର ନିର୍ମାଣ ପାଇଁ ଚିନ୍ହଟ ଜମିକୁ ନେଇ ବିବାଦ ଦେଖାଦେବା ପରେ ଗୁରୁବାର ଅପରାହ୍ନ ୫ଟାରେ ଭୁରୁକୁଣ୍ଡି ଗାଁରେ ଗ୍ରାମବାସୀଙ୍କ ସହିତ ଆପୋଷ ଆଲୋଚନା ପୂର୍ବକ ସମସ୍ୟାର ସମାଧାନ କଲା ପ୍ରଶାସନ l ଭୁରୁକୁଣ୍ଡି ଗ୍ରାମରେ ଛଉ ନୃତ୍ୟଘର ନିର୍ମାଣପାଇଁ ଗ୍ରାମବାସୀଙ୍କ ଦ୍ୱାରା ଚିନ୍ହଟ ଜମିକୁନେଇ ବିବାଦ ଉପୁଜିଥିଲା l