କଟକରେ ପାଳିତ ହେଲା ଜିଲ୍ଲାସ୍ତରୀୟ ବରିଷ୍ଠ ନାଗରିକ ଦିବସ
ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ ଅବସରରେ କଟକ ନେତାଜୀ ସଂସ୍କୃତି ଭବନରେ ଆୟୋଜିତ ହେଲା ସ୍ଵତନ୍ତ୍ର ସମାରୋହ। ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତିରେ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯିବା ସହ କରାଗଲା ସ୍ଵାସ୍ଥ୍ୟ ପରୀକ୍ଷା ଓ ସାମଗ୍ରୀ ବଣ୍ଟନ।