ଭୋଗରାଇ: ଉଦୟପୁର ସୀମାରେ ଦିନ ଦିପହରେ ଚାଲିଛି ଚୋରା ବାଲି ଚାଲାଣ, ପ୍ରଶାସନ ନିରବ
ଉଦୟପୁର ସୀମା ଦେଇ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚାଲିଛି ଚୋରା ବାଲି ଚାଲାଣ। ସକାଳଠାରୁ ୩୦ରୁ ଅଧିକ ହାଇୱା ଗାଡ଼ି ପାର୍ ହୋଇଥିଲେ ମଧ୍ୟ ପୁଲିସ କିମ୍ବା ଖଣି ବିଭାଗର କୌଣସି ପତ୍ତା ନାହିଁ। ପ୍ରଶାସନର ନିଷ୍କ୍ରିୟତାକୁ ନେଇ ଉଠିଛି ପ୍ରଶ୍ନ।