ନୂଆପଡା: ତରବୋଡ଼ ସ୍ଥିତ କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ
ଖରିଆର ଉପଖଣ୍ଡ ଅନ୍ତର୍ଗତ ତରବୋଡ଼ କେନ୍ଦୁପତ୍ର ରେଞ୍ଜ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଅଧୀନ ଖରିଆର କେନ୍ଦୁପତ୍ର ଡିଭିଜନ ଅନ୍ତର୍ଗତ ତରବୋଡ଼ ରେଞ୍ଜର ବିଭିନ୍ନ ଗ୍ରାମରୁ ଆସିଥିବା ଶତାଧିକ କର୍ମକର୍ତ୍ତାଙ୍କ ସହ ଆଜି ୨ ଟା ଯାଏଁ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ରୂପେ ଯଦୁମଣି ପାଣିଗ୍ରାହୀ ଯୋଗଦେଇ କେନ୍ଦୁପତ୍ରରେ ଜିଏସଟି କର ୧୮% ସ୍ଲାବରୁ ହଟାଇ ୫%କୁ ହ୍ରାସ ହେବା ନେଇ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଏବଂ ସିଜିନାଲ କର୍ମଚାରୀ ଉପକୃତ ହେବା ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା।