ସମ୍ବଲପୁର ମ୍ୟୁନିସିପାଲଟି: ନାରୀବନ୍ଦୀ ନିକେତନ ପରିଦର୍ଶନ କଲା ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତ ନନ୍ ଅଫିସିଆଲ୍ କମିଟିର ପ୍ରତିନିଧି ଦଳ
ସୋମବାର ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତ ନନ୍ ଅଫିସିଆଲ୍ କମିଟିର ଏକ ପ୍ରତିନିଧି ଦଳ ସମ୍ବଲପୁର ନାରୀ ବନ୍ଦୀ ନିକେତନର ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୁଚନା ଅନୁସାରେ ସମ୍ବଲପୁର ଜିଲ୍ଲା ପ୍ରଶାସନର ନ୍ୟାୟିକ ବିଭାଗ ପକ୍ଷରୁ 5 ଜଣିଆ ସଭ୍ୟ ସଭ୍ୟାଙ୍କୁ ନେଇ ନାରୀ ବନ୍ଦୀ ନିକେତନ ନନ୍ ଅଫିସିଆଲ୍ ପରିଦର୍ଶନ କମିଟି ଗଠନ କରାଯାଇଥିବା ବେଳେ ସୋମବାର ଏହି କମିଟିର ସଭ୍ୟ ତଥା ସମାଜସେବୀ ନିହାଲ ସିଂ ଓ ମୋମିନା ଖାତୁନ ନିଜେ ପରିଦର୍ଶନରେ ଯାଇ ନାରୀ ବନ୍ଦୀ ନିକେତନର ଅନ୍ତେବାସୀଙ୍କ ସହ ତାଙ୍କର ବିଭିନ୍ନ ସୁବିଧା ଅସୁବିଧା ବାବଦରେ ଆଲୋଚନା କରିଥିଲେ।