ସୁନ୍ଦରଗଡ ସହର: ଟାଉନ ଥାନା ଅର୍ନ୍ତଗତ ମୁଣ୍ଡା ପଡ଼ାରେ ଶୁଭମ ମୁଣ୍ଡା ନାମକ ଜଣେ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ , ଟାଉନ ଥାନାରେ ଲିଖିତ ଅଭିଯୋଗ
ଆଜି ସେପ୍ଟେମ୍ୱର 30 ତାରିଖ ମଙ୍ଗଳବାର ଅପରାହ୍ନ 1 ଟା ପାଖାପାଖି ଏହି ଅଭିଯୋଗ ଥାନାରେ ପହଞ୍ଚିଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ଶୁଭମ ମୁଣ୍ଡା ପ୍ରେସକ୍ରିପସନ୍ ସହ ରକ୍ତ ଲଗା ପୋଷାକରେ ପହଞ୍ଚି ଲିଖିତ ଅଭିଯୋଗ କରିଛନ୍ତି। ଦୁଃଖି ରାମ ସୁନାନୀ ନାମକ ବ୍ୟକ୍ତି ତାଙ୍କୁ ଏହି ଆକ୍ରମଣ କରିଥିବା କଥା ସେ ଅଭିଯୋଗ କରିଛନ୍ତି। ତେବେ ଅଭିଯୋଗ ପାଇବା ପରେ ଟାଉନ ପୋଲିସ ତଦନ୍ତ ଚାଲୁ କରିଥିବା ଜଣା ପଡ଼ିଛି।