ବଡସାହି: ୧୮ନଂ ଜାତୀୟରାଜପଥ ରାଗ୍ଧା ଛକରେ ବ୍ୟଟେରୀ ଚାଳିତ ସ୍କୁଟିକୁ ଧକ୍କାଦେଲା ଦ୍ରୁତଗାମୀ ବାଇକ,୨ ଗୁରୁତର, ମାମଲାରୁଜୁ କଲା ପୁଲିସ
କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ୧୮ନଂ ଜାତୀୟରାଜପଥ ରାଗ୍ଧାଛକରେ ବ୍ୟାଟେରୀ ଚାଳିତ ସ୍କୁଟି ସହିତ ବିପରୀତ ଦିଗରୁ ଆସୁଥିବା ବାଇକ ସହିତ ମୁହାଁମୁହିଁ ଦୁର୍ଘଟଣାକୁନେଇ ରବିବାର ରାତି୧୧ଟାରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କଲା ବେତନଟୀ ପୁଲିସ l ଏତଲାକାରୀ ଶୁଖିଲାହାର ଗାଁର ନିତ୍ୟାନନ୍ଦ ମହାନ୍ତଙ୍କ ପୁଅ ତାପସ କୁମାର ମହାନ୍ତଙ୍କ ଅଭିଯୋଗ ମୁତାବକ ସେ ନିଜର ବ୍ୟାଟେରୀ ଚାଳିତ ସ୍କୁଟିଯୋଗେ ବାରିପଦାରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଥିଲା l