ଖୋଲା ଶିକ୍ଷା ବ୍ୟବସ୍ଥା ସମ୍ପର୍କରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଓ ଯେଉଁ ଛାତ୍ରଛାତ୍ରୀ ମାନେ ବିଭିନ୍ନ କାରଣରୁ ଅଧାରୁ ପାଠ ପଢିବା ଛାଡ଼ି ଦେଇଛନ୍ତି ସେମାନଙ୍କୁ ପୁଣି ଶିକ୍ଷା ଲାଭ କରିବା ସୁଯୋଗ ପ୍ରଦାନ କରିବା ବ୍ୟବସ୍ଥା ସମ୍ପର୍କରେ ଆଜି ବଡ଼ଗାଁ ପିଏମଶ୍ର ସରକାରୀ ହାଇସ୍କୁଲ ପ୍ରାଙ୍ଗଣରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଅଧାରୁ ପାଠ ଛାଡ଼ିଥିବା ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଂଶଗ୍ରହଣ କରିଥିଲେ।