ଆଜି ଡିସେମ୍ବର 19 ତାରିଖ ଶୁକ୍ରବାର ଅପରାହ୍ନ 1:50 ପାଖାପାଖି ସମୟରେ ଏହି ଅଭାବନୀୟ ଘଟଣା କେତେକ ଗଣ ମାଧ୍ୟମର ନଜରକୁ ଆସିଛି। 7 ଜଣ ସ୍କୁଲ ପିଲା ସ୍ଥାନୀୟ ଡାକ୍ତର ଖାନା ବେଞ୍ଚରେ ବସି କୁକୁର କାମୁଡ଼ା ଇଞ୍ଜେକ୍ସନ ନେବାକୁ ଆସିବା ଘଟଣା ଗଣ ମାଧ୍ୟମ ନଜରକୁ ଆସିଥିଲା। ଏତେ ସଂଖ୍ୟକ ପିଲା ଏକା ଧାରରେ କୁକୁର କାମୁଡ଼ା ଇଞ୍ଜେକ୍ସନ ନେଉ ଥିବା ଦେଖି ଗଣ ମାଧ୍ୟମ ପ୍ରତିନିଧି ଡ଼ାକ୍ତର ଖାନା ଷ୍ଟାଫଙ୍କୁ ପଚାରିବାରୁ କୁକୁର ଖାଇଥିବା ଖାଦ୍ୟ ଖାଇବା ପରେ ଏମାନଙ୍କୁ ଏହି ଇଞ୍ଜେକ୍ସନ ଦିଆ ଯାଉଛି ବୋଲି ଜଣା ପଡିଥିଲା। ତେବେ ଆଜି ସେମାନଙ୍କର ଦ୍ଵିତୀୟ ପର୍ଯ୍ୟାୟ ଇଞ୍ଜେକ୍ସନ ଚାଲି ଥିବା ବେଳେ