ସୁନ୍ଦରଗଡ ସହର: ଲେଫ୍ରିପଡ଼ା ଥାନା ବିଜାଡିହି ନିକଟରେ ପାଉଁଶ ବୋଝେଇ ଟ୍ରଲର ଡିଭାଇଡରକୁ ପିଟି ଓଲଟିଲା, ଚାଳକ ଗୁରୁତର
ଆଜି ସେପ୍ଟେମ୍ୱର 15 ତାରିଖ ସୋମବାର ରାତି 10 ଟା ପାଖାପାଖି ସମୟରେ ଘଟିଛି ଏହି ଦୁର୍ଘଟଣା। CG -10BU-8083 ନମ୍ବର ବିଶିଷ୍ଟ ଟ୍ରଲର ଡିଭାଇଡରରେ ପିଟି ହୋଇ ଓଲଟିବା ଫଳରେ ଚାଳକ ଗୁରୁତର ଥିବା ଜଣା ପଡ଼ିଛି। ତେବେ କେତେକ ସ୍ଥାନୀୟ ଲୋକେ ଏ ନେଇ ଲେଫ୍ରିପଡ଼ା ପୋଲିସକୁ ଖବର ଦେବା ସହ ଗୁରୁତର ଚାଳକଙ୍କୁ ଉଦ୍ଧାର କରି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ଜଣା ପଡିଛି।