ବୁଧବାର ବୌଦ୍ଧ ପୋଲିସ ବିରିଗଡ ଓ ଚରିଆପାଲି ଗ୍ରାମ ନିକଟ ଜଙ୍ଗଲରେ ହୋଇଥିବା ବେଆଇନ୍ ଗଞ୍ଜେଇ ଚାଷ ଉପରେ ଚଢାଉ କରିଥିଲା l ଉଭୟ ସ୍ଥାନରେ ହୋଇଥିବା ପ୍ରାୟ 47 ଏକର ଜମିରୁ ସମସ୍ତ ଗଞ୍ଜେଇ ଗଛକୁ କାଟି ପୋଡ଼ି ନଷ୍ଟ କରିଥିବା ସୂଚନା ମିଳିଛି | ଏ ସମ୍ପର୍କରେ ବୌଦ୍ଧ ଥାନାରେ NDPS ଆକ୍ଟରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ବୌଦ୍ଧ ଥାନା ପକ୍ଷରୁ ଆଜି ରାତି 8 ଘଣ୍ଟା ସମୟରେ ସୂଚନା ମିଳିଛି |