ବଡସାହି: ହରିପୁର ଠାରେ ଚଢାଉକରି ବିପୁଳ ପରିମାଣର ଚୋରା ବିଦେଶି ମଦ ସମେତ ସ୍କୁଟି ଜବତ ପୂର୍ବକ ଅଭିଯୁକ୍ତକୁ ଗିରଫକଲା ବଡସାହି ପୁଲିସ
ବଡ଼ସାହି ପୁଲିସ ପକ୍ଷରୁ ବୁଧବାର ରାତି ଏଗାଟାରେ ହରିପୁର ଗ୍ରାମରେ ଚଢ଼ାକରି ଚୋରା ବିଦେଶିମଦ ଏବଂ ସ୍କୁଟି ଜବତ ସମେତ ଏହି ବେଆଇନ କାରବାରରେ ଜଡିତ ଜଣକୁ ଗିରଫ କରାଯାଇଛି l ଗିରଫ ଅଭିଯୁକ୍ତ ଜଣକ ହେଉଛି ହରିପୁର ଗ୍ରାମର ସ୍ୱର୍ଗତ ସୁରେନ୍ଦ୍ର ଘଡେଇଙ୍କ ପୁଅ ଅଶୋକ ଘଡେଇ l ଅଶୋକ ଓଡି -୦୪ଟି -୯୭୯୭ନମ୍ବର ବିଶିଷ୍ଟ ସ୍କୁଟି ଯୋଗେ ବିପୁଳ ପରିମାଣର ଚୋରାମଦ ନେଇ ଯାଉଥିବା ବେଳେ ବଡ଼ସାହି ପୁଲିସ ପେଟ୍ରୋଲିଙ୍ଗ ଟିମ ଚଢ଼ାଉ କରିଥିଲା l