ରାଜ୍ୟ ସରକାରଙ୍କ ରାଜସ୍ବବିଭାଗ ପକ୍ଷରୁ ବସୁନ୍ଧରା ଯୋଜନା ଓ ଜଙ୍ଗଲଜମି ଅଧିକାର ନିୟମ ଅନୁଯାୟୀ ବଡସାହି ତହସିଲ କାର୍ଯ୍ୟାଳୟରେ ସୋମବାର ଅପରାହ୍ନ ୪ଟାରେ ଆୟୋଜିତ ଜମିପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଯୋଗଦେଲେ ମାନ୍ୟବର ଲୋକପ୍ରିୟ ବିଧାୟକ ସନାତନ ବିଜୁଳି l ତହସିଲଦାର କରୁଣାକର ଧିନ୍ଦାଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ଏବଂ ଅତିରିକ୍ତ ତହସିଲଦାର ବିନିତା ରାଣୀ କିସ୍କୁଙ୍କ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l