ବିଞ୍ଝାରପୁର: ଜିଲ୍ଲା ରାଜସ୍ୱ ବିଭାଗ ପକ୍ଷରୁ ବରୁଆଁ ଛକରେ ଚଢ଼ାଉ, ବେଆଇନୀ ବାଲି ବୋଝେଇ ହାଇୱା ଗାଡି ଜବତ
ଜିଲ୍ଲା ରାଜସ୍ୱ ବିଭାଗ ପକ୍ଷରୁ ବରୁଆଁ ଛକରେ ଚଢ଼ାଉ, ବେଆଇନୀ ବାଲି ବୋଝେଇ ହାଇୱା ଗାଡି ଜବତ l ଗତ କିଛିଦିକ ହେବ ବରୁଆଁ ଛକ ଦେଇ ଅନେକ ବେଆଇନୀ ବାଲି ବୋଝେଇ ଗାଡି ଯାଉଥୁବା ସ୍ଥାନୀୟ ଲୋକେ ଜିଲ୍ଲା ରାଜସ୍ୱ ବିଭାଗ ନିକଟରେ ଅଭିଯୋଗ କରୁଥିଲେ l ଏହି ଅଭିଯୋଗକୁ ଦୃଷ୍ଟିରେ ରଖି ଆଜି ରାଜସ୍ୱ ବିଭାଗ ଅଧିକାରୀ ଶୀତେଶ କୁମାର ନାୟକ ଚଢ଼ାଉ କରିଥିଲେ l ଏହି ଚଢ଼ାଉ ଖବର ପାଇ ଅନେକ ଗାଡି ଖସିଯାଇଥିଲା l ତେବେ ରାଜସ୍ୱ ବିଭାଗର ଅଧିକାରୀ ମାନେ ଗୋଟିଏ ବେଆଇନୀ ବାଲି ବୋଝେଇ ହାଇୱା ଗାଡିକୁ ଜବତ କରି ସ୍ଥାନୀୟ ଥାନାର ଜିମା ଦେଇଛନ୍ତି l