ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ପଞ୍ଚାୟତ ସମିତି ଅନ୍ତର୍ଗତ ଅଞ୍ଚଳଗୁମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ସପ୍ତବିଂଶ ତମ ବାର୍ଷିକ କ୍ରୀଡା ସମାରୋହ ଦୁଇଦିନ ଧରି ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନ ସମାରୋହ ରେ ତେନ୍ତୁଳିଖୁଣ୍ଟି ଓଡିଶା ଆଦର୍ଶ ବିଦ୍ୟାଳୟ ର କ୍ରୀଡା ଶିକ୍ଷକ ଶ୍ରୀ ଉମେଶ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶିଶୁ ମାନଙ୍କୁ ଶିକ୍ଷା ସହ କ୍ରୀଡା କୁ ମଧ୍ୟ ଗୁରୁତ୍ୱ ଦେବାକୁ କହିଥିଲେ ଏବଂ ଅଞ୍ଚଳଗୁମା ଶିଶୁ ମନ୍ଦିର ର ଛାତ୍ରମାନେ ବିଗତ ଦିନରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରି କୃତିତ୍ୱ ହାସଲ କରିଥିଲେ l