ବୌଦ୍ଧ ସଦର: ତେତେଲେଙ୍ଗା ଆଦର୍ଶ ବିଦ୍ୟାଳୟ ନିକଟରୁ ଗଞ୍ଜେଇ ଓ ବ୍ରାଉନ ସୁଗାର ଜବତ ମାମଲାରେ ୩ ଜଣଙ୍କୁ କୋର୍ଟ ଚାଲାଣ
ଶୁକ୍ରବାର ସନ୍ଧ୍ୟାରେ ବୌଦ୍ଧ ଥାନା ପକ୍ଷରୁ 21 କେଜି ଗଞ୍ଜେଇ ସହ 9 ଗ୍ରାମ ବ୍ରାଉନ ସୁଗାର ଜବତ ମାମଲାରେ ଗିରଫ 3 ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ବୌଦ୍ଧ ପୋଲିସ l ମିଳିଥିବା ସୂଚନା ଅନୁଯାୟୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବୌଦ୍ଧ ଏସପିଙ୍କ ନିର୍ଦ୍ଦେଶରେ ବୌଦ୍ଧ ଥାନା ସବ୍ ଇନ୍ସପେକ୍ଟର ସେବତୀ ନାଏକଙ୍କ ନେତୃତ୍ବରେ ଏକ ଟିମ ତେତେଲେଙ୍ଗା ସ୍ଥିତ ଆଦର୍ଶ ବିଦ୍ୟାଳୟ ନିକଟରେ ଚଢାଉ କରି 21 କେଜି ଗଞ୍ଜେଇ ସହ 9 ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା l ଉକ୍ତ ମାମଲାରେ ଗିରଫ 3 ଅଭିଯୁକ୍ତକୁ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରାଯାଇଛି |