ସମ୍ବଲପୁର ମ୍ୟୁନିସିପାଲଟି: ଲମ୍ବଡୁଙ୍ଗୁରି ଠାରେ ହୋଇଥିବା ଏନକାଉଣ୍ଟର ଘଟଣାରେ କାର୍ଯ୍ୟାଳୟରେ ପ୍ରେସମିଟରେ ପ୍ରତିକ୍ରିୟା ରଖିଲେ ଅତିରିକ୍ତ ଏସପି
ସମ୍ବଲପୁର ପୋଲିସ ପକ୍ଷରୁ ଲମ୍ବଡୁଙ୍ଗୁରି ଠାରେ ହୋଇଥିବା ଏନକାଉଣ୍ଟର ଘଟଣାରେ ନିଜ କାର୍ଯ୍ୟାଳୟରେ ଅତିରିକ୍ତ ଏସପି ଅଜୟ କୁମାର ମିଶ୍ର ଆଜି ପ୍ରତିକ୍ରିୟା ରଖିଛନ୍ତି। ଅତିରିକ୍ତ ଏସପି ଆଜି ଗଣମାଧ୍ୟମକୁ କହିଛନ୍ତି ଯେ ଏକ ଲୁଟ ଘଟଣାରେ ଅଭିଯୁକ୍ତ ଥିବା ମହେଣ କୁମାର ଙ୍କୁ ଧରିବାକୁ ଯିବାବେଳେ ଲମ୍ବଡୁଙ୍ଗୁରି ପୋଲିସ ଉପରକୁ ଅଭିଯୁକ୍ତ ଫାୟାରିଙ୍ଗ କରିଥିଲା। ତେଣେ ଆତ୍ମରକ୍ଷା ପାଇଁ ପୋଲିସ ପାଲଟା ଗୁଳି ଚାଳନା କରିବାରୁ ଅଭିଯୁକ୍ତ ଜଣକ ଗୋଡ଼ରେ ଗୁଳି ବାଜିବାରୁ ସେ ଆହତ ହୋଇଥିଲେ। ଏନେଇ ଅଭିଯୁକ୍ତ ନାମରେ ବିଭିନ୍ନ ଥାନାରେ ମୋଟ 25 ଗୋଟି ମାମଲା ଅପରାଧିକ ମାମଲା ଥିବା ସୁଚନା ମିଳିଛି।