କୋରାପୁଟ ସହର: ମସ୍ତିପୁଟ ଉଚ୍ଚ ବିଦ୍ୟାଳୟ ଠାରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଶୁଭାରମ୍ଭ
କୋରାପୁଟ ବ୍ଳକ୍ ମସ୍ତିପୁଟ ଉଚ୍ଚ ବିଦ୍ୟାଳୟ ଠାରେ ଦିନ ୧୨ଘଣ୍ଟା ସମୟରେ କ୍ଳଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଯାଇଛି। କ୍ଲଷ୍ଟରର ୧୫ ଟି ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସାଂସ୍କୃତିକ, ଚିତ୍ରାଙ୍କନ,ବକ୍ତୃତା ସହ ଗଳ୍ପ ଲିଖନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ଛାତ୍ରଛାତ୍ରୀ। ଉଦଯାପନି ଉତ୍ସବରେ କୃତିତ୍ବ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିବା ସହ ବ୍ଳକ୍ ସ୍ତରୀୟ ସୁରଭି ପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ବୋଲି ସିଆରସିସି ତ୍ରିଲୋକେଶ ପଣ୍ଡା ସୂଚନା ଦେଇଛନ୍ତି।