ତିର୍ତ୍ତୋଲ: ଜଗନ୍ନାଥପୁର ଅଞ୍ଚଳରେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ବାପଘର ପକ୍ଷରୁ ଥାନାରେ ଏତଲା
ଜଗନ୍ନାଥପୁର ଅଞ୍ଚଳରେ ବିବାହିତା ମହିଳାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ବାପଘର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ସୂଚନା ଅନୁଯାୟୀ ସାଇଲୋ ପଞ୍ଚାୟତ ରାଇଗଣ ଗ୍ରାମର ଦାମୋଦର ଓଝାଙ୍କ ଝିଅ ସୁଚିତ୍ରା ଓଝା ୨୦୨୨ ମସିହାରେ ଜଗନ୍ନାଥପୁର ଗ୍ରାମର ହାଡିବନ୍ଧୁ ସୁତାରଙ୍କ ପୁଅ ଅନାଦି ଚରଣ ସୁତାରଙ୍କୁ ବିବାହ କରିଥିଲେ। ତେବେ ଆଜି ସନ୍ଧ୍ୟାରେ ଘରେ ସୁଚିତ୍ରାଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।