ନୂଆଗାଁରୁ ଦଶପଲ୍ଲା ଅଭିମୁଖେ ସ୍କୁଟିରେ ଆସୁଥିବା ବେଳେ ବୁଧବାର ଅପରାହ୍ନ ୩ଟା ସମୟରେ ଖାଲମଡାଠାରେ ଭାରସାମ୍ୟ ହରାଇ ଗଛସହ ସ୍କୁଟି ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ଦୁଇ ଗୁରୁତର ହେଲେ ବରସାହିର ସୁରେନ୍ଦ୍ର ମାଝୀ ଓ ଲେମ୍ବୁଗୋଛାର ବିଦ୍ୟାଧର କହଁର। ଉଭୟଙ୍କୁ ଚିକିତ୍ସା ନିମନ୍ତେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।