ଯାଜପୁର: ଯାଜପୁର ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ ଜଣେ ଶିଶୁକୁ ତ୍ରୁଟି ଯୁକ୍ତ ଇଞ୍ଜେକସନ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ
Jajapur, Jajpur | Sep 30, 2025 ଯାଜପୁର ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ ଜଣେ ଶିଶୁକୁ ତ୍ରୁଟି ଯୁକ୍ତ ଇଞ୍ଜେକସନ ଦେଇଥିବା ପରିବାର ପକ୍ଷରୁ ଅଭିଯୋଗ,ଘଟଣାକୁ ନେଇ ସମ୍ପର୍କୀୟ ଉତ୍ତେକ୍ତ l ଦଶରଥପୁର ବ୍ଲକ ନୀଳକଣ୍ଠପୁର ଅଞ୍ଚଳର ପରେଶ ମଲ୍ଲିକଙ୍କ ଶିଶୁ ପୁତ୍ରକୁ ଜ୍ଵର ଓ ଥଣ୍ଡା ହୋଇଥିବା କାରଣରୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗକୁ ଆଣିଥିଲେ । ତାଙ୍କ ପୁତ୍ର ରୀୟାଂଶ ମଲ୍ଲିକ ହୋଇଥିବା ବେଳେ ପାଖରେ ରୀୟାନଶ ଖାନ ନାମକ ଅନ୍ୟ ଜଣେ ଶିଶୁ ନିମୋନିଆରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ। ସକାଳୁ ନର୍ସ ଇଞ୍ଜେକସନ ଦେବା ବେଳେ ନିମୋନିଆରେ ପୀଡ଼ିତ ଶିଶୁର ଚିଠା ଆଣି ଦେଇଥିଲେ।