ତୁଳସୀଚୈରା ମିନିଷ୍ଟାଡିୟମରେ ୨ଦିନ ଧରି ଚାଲିଥିବା ବେତନଟୀ ବ୍ଲକସ୍ତରୀୟ ସାଂସଦ ଖେଳମହୋତ୍ସବର ଉଦଯାପନୀ ତଥା ପୁରସ୍କାର ବିତରଣରେ ଗୁରୁବାର ଅପରାହ୍ନ ୫ଟାରେ ମୁଖ୍ୟ ଅତିଥିଭାବେ ଯୋଗଦେଲେ ବେତନଟୀ ବିଡ଼ିଓ ସୁଶାନ୍ତ କୁମାର ସୁତାର l ମଣ୍ଡଳ ସଭାପତି ଜୀବନ କୁମାର ପରିଡାଙ୍କ ନେତୃତ୍ୱରେ ଆୟୋଜିତ ଦୁଇଦିନିଆ ସାଂସଦ ଖେଳ ମହୋତ୍ସବ ବ୍ଲକସ୍ତରୀୟ କାର୍ଯ୍ୟକ୍ରମରେ ବେତନଟୀ ବ୍ଲକ ଅଧୀନ ବିଭିନ୍ନ ପଞ୍ଚାୟତରୁ ଶତାଧିକ ଖେଳାଳି ଅଂଶଗ୍ରହଣ କରିଥିଲେ l