ବଡସାହି: ଆମ୍ବଯୋଡା ଉପକଣ୍ଠ ଲିଟାସାହି, ପଥରା, ତୁଳସୀଚଉରା ଠାରେ ପୃଥକ ଚଢାଉରେ ଚୋରାମଦ ଜବତ, ୩ଜଣଙ୍କୁ କୋର୍ଟଚାଲାଣ କଲା ଅବକାରୀ ବିଭାଗର ମୋବାଇଲ ୟୁନିଟ
ମୟୂରଭଞ୍ଜ ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟ ପକ୍ଷରୁ ବୁଧବାର ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ଚୋରା ଦେଶମଦ ଜବତ କରିବା ସହିତ ଏହି ବେଆଇନ କାରବାରରେ ଜଡିତ ତିନିଜଣଙ୍କୁ ଗିରଫକରି ବୁଧବାର ଅପରାହ୍ନ ପାଞ୍ଚଟାରେ କୋର୍ଟଚାଲାଣ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ଲିଟାସାହି ଗାଁର ପୁଟୁନ ସୋରେନ,ପଥରା ଗାଁର ଅଜୟ ନାଏକ ଓ ତୁଳସୀଚଉରାର ସୁଜୟ ମହାନ୍ତ l