ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ବାବା ମୁକ୍ତେଶ୍ଵର ମନ୍ଦିର ନିକଟର ଝରାନାରେ ଗାଧୋଇବା ସମୟରେ ତାମିଲନାଡୁ ର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ବ୍ୟକ୍ତି ଜଣକ ତାମିଲନାଡୁ ରାଜ୍ୟ ଆମ୍ବାଟୁର ଜିଲ୍ଲା କ୍ରିଷ୍ଣାପୁରମ୍ ସହରର ବାଲାଜୀ ଗଣେଶ କୁମାର ସୁବ୍ରମଣ୍ୟମ ବୋଲି ଜଣାଯାଇଛି। ତାମିଲନାଡୁ କୃଷ୍ଣାପୁରମ ରୁ କିଛି ଯୁବକ ଓ ମହିଳା ପର୍ଯ୍ୟଟକ ମାନେ ଶନିବାର ଦିନ ପରିବାର ବର୍ଗଙ୍କ ସହ ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଅନ୍ତର୍ଗତ ବାବା ମୁକ୍ତେଶ୍ବର ଧାମକୁ ଦର୍ଶନ ପାଇଁ ଆସିଥିଲେ। ମନ୍ଦିର ପାର୍ଶ୍ବ ଝରଣାରେ ଗାଧୋଇବା ସମୟରେ ସେ ବୁଡ଼ି ଯାଇଥିଲେ।