ବେତନଟୀ ବ୍ଲକ ଦହିକଟି ପଞ୍ଚାୟତ ଅଧୀନ ଭାଲିଆ ଗ୍ରାମର ଦମ୍ପତ୍ତି ଆନନ୍ଦ ମହାନ୍ତ ଓ ତିଳତ୍ତମା ମହାନ୍ତ ମହାରାଷ୍ଟ୍ରର ଜଲଗାଓଁରେ ଆୟୋଜିତ ଜାତୀୟସ୍ତରୀୟ ପ୍ରଦର୍ଶନୀରେ ଅଂଶଗ୍ରହଣକରି ଶନିବାର ଅପରାହ୍ନ ପାଞ୍ଚଟାରେ ବେତନଟୀରେ ପହଞ୍ଚିବା ପରେ ଅଞ୍ଚଳବାସୀଙ୍କ ପକ୍ଷରୁ ଭଵ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ବାଉଁଶ ହସ୍ତକଳା ପାଇଁ ଭାଲିଆଗାଁର ଦମ୍ପତ୍ତି ଆନନ୍ଦ ମହାନ୍ତ ଓ ତିଳତ୍ତମା ମହାନ୍ତ ବେଶ ସୁନାମ ଅର୍ଜନ କରିଛନ୍ତି l