ସୋମବାର ରାତିରେ ବୌଦ୍ଧ ବାଉଁଶୁଣୀ ବୌଦିୟା ପଡା ଠାରେ ମେହେର ସମ୍ପ୍ରଦାୟର ଲୋକେ ଦୀପ ଜଳାଇ ପୂର୍ବ ପୁରୁଷ ମାନଙ୍କୁ ବିଦାୟ ଦେଇଛନ୍ତି l ପୌରାଣିକ ତଥା ଲୋକକଥା ଅନୁଯାୟୀ ପିତୃ ପକ୍ଷରେ ନିଜ ନିଜ ଘରକୁ ଆସିଥିବା ପିତୃ ପୁରୁଷ ମାନେ ଆଜି ସ୍ୱର୍ଗକୁ ଗମନ କରିଥାନ୍ତି l ସେହିପରି ଦଶହରା ଦିନ ରାବଣକୁ ମାରି ରାମଚନ୍ଦ୍ର ଅଯୋଧ୍ୟାରେ ପ୍ରବେଶ କରିଥିଲେ | ସେଥିପାଇଁ ଆଜି କାଉଁରିଆ କାଠି କିମ୍ବା ଆଖୁ ଦଣ୍ଡର ଅଗ୍ର ଭାଗରେ ଦୀପ ଜାଳି ଉପରକୁ ଦେଖା ଯାଇଥାଏ ବୋଲି ଲୋକ ବିଶ୍ବାସ ରହିଛି l