ରାସଗୋବିନ୍ଦପୁର: ଡାଙ୍ଗରବିଲା ଠାରେ ଦ୍ରୁତଗାମୀ ବାଇକ ଧକ୍କାରେ ଗୁରୁତର ପଥଚାରୀ ମହିଳା ଗୁରୁତର,. ଶଙ୍କଟାପନ୍ନ ଅବସ୍ଥାରେ ବାରିପଦା ସ୍ଥାନାନ୍ତର
ମୋରଡା ଥାନା ଅଧୀନ ଡାଙ୍ଗରବିଲା ଠାରେ ମଙ୍ଗଳବାର ରାତି ସାଢେ ଏଗାରଟାରେ ଦ୍ରୁତଗାମୀ ବାଇକ ଧକ୍କାରେ ଜନୈକା ପଥଚାରୀ ମହିଳା ଗୁରୁତର ଆହତ ହୋଇଥିବା ବେଳେ ସାଙ୍ଗରେ ଥିବା ପୁଅଝିଅ ଆହତ ହୋଇଛନ୍ତି l ଡାଙ୍ଗରବିଲା ଗ୍ରାମର ସିଲୁ ମାର୍ଣ୍ଡିଙ୍କ ପତ୍ନୀ ସୀତା ମାର୍ଣ୍ଡି ନିଜର ପୁଅ,ଝିଅକୁ ନେଇ ରାସ୍ତାରେ ଚାଲିଚାଲି ଘରକୁ ଫେରୁଥିବା ବେଳେ ଚିତ୍ରଡା- ଦାନ୍ତିଆମୁହାଁ ରାସ୍ତାର ଡାଙ୍ଗରବିଲା ଠାରେ ଦୁର୍ଘଟଣା ଘଟିଥିଲା l