ବୌଦ୍ଧ ସଦର: ବାପୁଜୀ ନଗର ଠାରେ ପଞ୍ଚ ଦିବସୀୟ 17 ତମ ବିଶ୍ବ ଶାନ୍ତି ମହା ଯଜ୍ଞ ନିମନ୍ତେ କଳସ ଶୋଭାଯାତ୍ରା
ଶନିବାର ଦିନ ବୌଦ୍ଧ ସହର ବାପୁଜୀ ନଗର ଠାରେ ପଞ୍ଚ ଦିବସୀୟ 17 ତମ ବିଶ୍ବ ଶାନ୍ତି ମହା ଯଜ୍ଞ ପାଇଁ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି l ମହିମା ଧର୍ମାବଲମ୍ବୀ ମାନଙ୍କ ପକ୍ଷରୁ ଆୟୋଜିତ ଉକ୍ତ ବିଶ୍ବ ଶାନ୍ତି ମହା ଯଜ୍ଞ ଆଜିଠାରୁ 5 ଦିନ ଧରି ଚାଲିବ l ଆଜିର କଳସ ଶୋଭାଯାତ୍ରାରେ ବାପୁଜୀ ନଗରର ବହୁ ସଂଖ୍ୟାରେ ମହିଳା ସାମିଲ୍ ହୋଇ ମହାନଦୀର ହନୁମାନ ମନ୍ଦିର ଘାଟ ଠାରୁ କଳସରେ ଜଳ ବୁଡ଼ାଇ ମୁଣ୍ଡରେ ବୋହି ସହର ପରିକ୍ରମା କରି ଯଜ୍ଞ ସ୍ଥଳ ନିକଟରେ ସ୍ଥାପନ କରି ଶୁଭାରମ୍ଭ କରା ଯାଇଥିଲା l