ବାଣୀଗୋଛା ଥାନା ଅନ୍ତର୍ଗତ ମୁଣ୍ଡୁଳା ଗ୍ରାମରୁ ବୁଧବାର ଦିନ ବାଣୀଗୋଛା ପୋଲିସ ଏକ ଦେଶୀ ବନ୍ଧୁକ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଥିଲା। ତାଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଗିରଫ ବ୍ଯକ୍ତି ଜଣଙ୍କ ସେହି ଗ୍ରାମର ଶୁଭନାଥ ପ୍ରଧାନଙ୍କ ପୁଅ ନରୋତ୍ତମ ପ୍ରଧାନ ବୋଲି ଥାନା ଅଧିକାରୀ ଲକ୍ଷ୍ମଣ ଦଣ୍ଡସେନା ଗୁରୁବାର ମଧ୍ୟାହ୍ନ ୧୨ଟା ବେଳେ ସୂଚନା ଦେଇଛନ୍ତି।